The following text field will produce suggestions that follow it as you type.

Barnes and Noble

Adwaita Mohanty Samagra Sarjana Sambhar

Current price: $30.00
Adwaita Mohanty Samagra Sarjana Sambhar
Adwaita Mohanty Samagra Sarjana Sambhar

Barnes and Noble

Adwaita Mohanty Samagra Sarjana Sambhar

Current price: $30.00

Size: OS

Loading Inventory...
CartBuy Online
*Product information may vary - to confirm product availability, pricing, shipping and return information please contact Barnes and Noble
ଅଦ୍ୱୈତ ପ୍ରସାଦ ମହାନ୍ତିଙ୍କ ଜୀବନୀରୁ ଜାଣିଲେ ଯେ ସେ ପ୍ରଥମେ କବି, ପରେ ଗାଳ୍ପିକ, ପରେ ପ୍ରାବନ୍ଧିକ ଓ ଶେଷରେ ଔପନ୍ୟାସିକ । ଯାହା ପୂର୍ବରୁ କୁହାଯାଇଛି 'ସମାଜ'ରେ ତାଙ୍କର କବିତା ହିଁ ପ୍ରଥମେ ପ୍ରକାଶ ପାଇଥିଲା (୧୯୫୮) । ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ଗଳ୍ପ ସଂପୃକ୍ତ ସଂସ୍ଥାର ମୁଖପତ୍ରରେ ପ୍ରକାଶ ପାଇଥିଲା (୧୯୬୦) । ପ୍ରଜାତନ୍ତ୍ରରେ ପ୍ରବନ୍ଧ ରଚନା ପାଇଁ ସେ ପୁରସ୍କାର ପାଇଛନ୍ତି (୧୯୬୯) । ଉପନ୍ୟାସ ଲେଖନ୍ତି ୧୯୮୩ ମସିହାରେ । ଏଣୁ ତାଙ୍କ ସର୍ଜନା ବିଚାର ସେହି କ୍ରମରେ କରିବା (କ) କବି ଅଦ୍ୱୈତ ପ୍ରସାଦ (ଖ) ପ୍ରାବନ୍ଧିକ ଅଦ୍ୱୈତ ପ୍ରସାଦ (ଗ) ଗାଳ୍ପିକ ଅଦ୍ୱୈତ ପ୍ରସାଦ (ଘ) ଔପନ୍ୟାସିକ ଅଦ୍ୱୈତ ପ୍ରସାଦ (ଙ) ଉପସଂହାର । ଲେଖାଲେଖିରୁ ଅଦ୍ୱୈତ ପ୍ରସାଦ କିଛି ପାଇ ନଥିଲେ (ସ୍ଥୂଳ ଅର୍ଥରେ ଧନ, ବୈଭବ, ପୁରସ୍କାର, ଚର୍ଚ୍ଚା, ପ୍ରଶଂସା) ଏପରିକି ନିଜ ଲେଖାର ବହିରୂପ ସୁଦ୍ଧା ଦୁଇଖଣ୍ଡ ମାତ୍ର ଦେଖିପାରିଥିଲେ; ତଥାପି ସେ କହୁଥିଲେ (ଆଗାମୀ ଜନ୍ମରେ କ'ଣ ହୋଇ ଜନ୍ମିବାକୁ ଇଚ୍ଛା? ପ୍ରଶ୍ନର ଉତ୍ତରରେ) - "ଲେଖକଟିଏ । ଇହକାଳରେ ଚେତନାର ଯେଉଁସ୍ତରକୁ ଉଠି ମୋର ଅନ୍ତିମ ରଚନାଟି ଲେଖିଥିବି ପରଜନ୍ମରେ ସେହିଠାରୁ ମୋର ଜୀବନାରମ୍ଭ ହେଉ ଏହାହିଁ ମୋର ଅନ୍ତିମ ଇଚ୍ଛା ।" ଆତ୍ମରକ୍ଷା ଉପନ୍ୟାସର ନାୟକର ଆଦର୍ଶ ପରି ଏବଜନ୍ମର ସଂସ୍କାର ଓ ଚେତନାର ସର୍ବୋଚ୍ଚ ସ୍ଥିତିଟି ଆରଜନ୍ମର ଅୟମାରମ୍ଭ ସ୍ତର ହେଉ- କାମନା କରୁଥିବା ଜୀବନ ଶୁଭବିଶ୍ୱାସୀ, ଜଗତ କଲ୍ୟାଣକାମୀ, ଋଷିପ୍ରତିମ ଅଦ୍ୱୈତ ମହାନ୍ତିଙ୍କ ସମଗ୍ର ଜୀବନ ଥିଲା ସାହିତ୍ୟ ସମର୍ପିତ ।

More About Barnes and Noble at The Summit

With an excellent depth of book selection, competitive discounting of bestsellers, and comfortable settings, Barnes & Noble is an excellent place to browse for your next book.

Powered by Adeptmind